ଗର୍ଭବତୀ ମାତା (#15519)

*ହେ କରୁଣାମୟଙ୍କ ସେବିକାଗଣ ! ଶିଶୁମାନଙ୍କର ଶୈଶବାବସ୍ଥାରୁ ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ତୁମ୍ଭମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି..... ଏବଂ ଏହାକୁ ଅବହେଳା କରିବା ଆଦୌ ଅନୁମତି ପ୍ରାପ୍ତ ନୁହେଁ ।  

*-ଆବ୍ଦୋଲ୍-ବାହ 

ହେ ମୋର ପରମ ପ୍ରଭୁ ! ହେ ମୋର ମାଲିକ ! ତୁମର ଏହି ବିନୟୀ ସେବିକା ଉପରେ ତୁମେ ଅନୁଗ୍ରହ କରିଥିବାରୁ ମୁଁ ତୁମର ପ୍ରଶଂସାଗାନ କରୁଛି ଏବଂ କୃତଜ୍ଞତା ଜ୍ଞାପନ କରୁଛି । ତୁମର ଏହି ଦାସୀ ତୁମକୁ ପ୍ରାର୍ଥନା ଏବଂ ମିନତି କରୁଛି, କାରଣ ସତ୍ୟତଃ, ତୁମେ ତୁମର ପ୍ରତ୍ୟକ୍ଷ ସାମ୍ରାଜ୍ୟ ଆଡ଼କୁ ତାହାକୁ ମାର୍ଗଦର୍ଶନ କରାଇଛ । ଏହି କ୍ଷଣଭଙ୍ଗୁର ସଂସାର ମଧ୍ୟରେ ତୁମର ସର୍ବୋଚ୍ଚ ଆହ୍ୱାନକୁ ଶ୍ରବଣ କରିବା ନିମନ୍ତେ ଯୋଗ୍ୟ ବିବେଚିତ କରାଇଛ । ତୁମର ଦିବ୍ୟ ସଂକେତାବଳୀକୁ ଦର୍ଶନ କରାଇଛ; ଯାହାକି ସକଳ ବସ୍ତୁ ଉପରେ ତୁମର ବିଜୟୀ ରାଜତ୍ୱ ପ୍ରକାଶମାନ ହେବାକୁ ଏହା ପ୍ରମାଣିତ କରୁଛି । 

ହେ ମୋର ପ୍ରଭୁ ! ମୋ ଗର୍ଭାଶୟ ମଧ୍ୟରେ ଯାହା ରହିଛି ତାହା ମୁଁ ତୁମ ଠାରେ ଅର୍ପଣ କରୁଛି । ତୁମ ସାମ୍ରାଜ୍ୟରେ ଏହାକୁ ଏକ ପ୍ରଶଂସାଯୋଗ୍ୟ ତଥା ତୁମ କୃପା ଓ ଉଦାରଣତା ଦ୍ୱାରା ଏକ ସୌଭାଗ୍ୟଶାଳୀ ଶିଶୁ ରୂପେ ଗଢ଼ିତୋଳ; ଯାହାଦ୍ୱାରା ସେ ତୁମ ଶିକ୍ଷାର ଅଧୀନରେ ପ୍ରଶିକ୍ଷିତ ହୋଇ ସମୃଦ୍ଧି ଓ ବିକାଶ ଲାଭ କରିପାରିବ । ବାସ୍ତବିକ, ତୁମେ ହେଉଛ କରୁଣାମୟ ! ସତ୍ୟତଃ, ତୁମେ ହେଉଛ ମହାନ୍ ଉଦାରତାର ପ୍ରଭୁ !

-The Báb
-----------------------

